ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଫଳରେ ପ୍ରବଳ ଜାଡରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଆଭ୍ୟନ୍ତରିଣ ଓଡିଶାରେ ହାଡ ଭଙ୍ଗା ଶୀତ ଜାରି ରହିଛି।କଳାହାଣ୍ଡି ଜିଲ୍ଲାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆସନ୍ତା ୩ ଦିନ ଯାଏଁ ଜିଲ୍ଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ।ମଂଗଳବାର ଅପରାହ୍ନରେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।