ଚମ୍ପୁଆ: ସିଆଇଟିୟୁ ପକ୍ଷରୁ ବଡବିଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ-କୃଷକ ପ୍ରତିବାଦ ସଭା ଅନୁଷ୍ଠିତ
ବିଭିନ୍ନ ଟ୍ରେଡ ୟୁନିଅନ୍ ପକ୍ଷରୁ ଆଜି ସର୍ବ ଭାରତୀୟ ସ୍ତରରେ ଶ୍ରମିକ-କୃଷକ ପ୍ରତିବାଦ ସଭା ଆୟୋଜନ କରାଯାଇଥିବା ବେଳେ ସିଆଇଟିୟୁ କେନ୍ଦୁଝର ଜିଲ୍ଲା କମିଟି ପକ୍ଷରୁ ବରିଷ୍ଠ ଶ୍ରମିକ ନେତା ଶ୍ରୀ ଇନ୍ଦ୍ରମଣି ବେହେରାଙ୍କ ନେତୃତ୍ୱରେ ଶ୍ରମିକ ମାନେ ଏକ ରାଲିରେ ଆସି ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭାରେ ବସିଥିଲେ।