ଦଶପଲ୍ଲା: ଦଶପଲ୍ଲାରେଶ୍ରୀରାମ ନବମୀ ପାଳିତ, ରାମସେନାକ୍ଳବ ପକ୍ଷରୁ ଏନ୍ଏସି ଅନ୍ତର୍ଗତ ମହାବୀର ମନ୍ଦିରଠାରୁ ତ୍ରିନାଥବଜାର ପର୍ଯ୍ୟନ୍ତ ବାଇକ୍ ଶୋଭାଯାତ୍ରା
ପବିତ୍ର ଶ୍ରୀରାମ ନବମୀ ବୁଧବାର ଦିନ ଦଶପଲ୍ଲାର ଗାଁ ଠୁ ସହର ସର୍ବତ୍ର ଆଧ୍ଯାତ୍ମିକ ପରିବେଶ ମଧ୍ଯରେ ପାଳିତ ହୋଇଯାଇଛି। ମହାବୀର କ୍ଷେତ୍ର, ଦୂର୍ଗାବଜାର, ସାତପାଟଣା ସମେତ ବିଭିନ୍ନ ସ୍ଥାନରେ ମନ୍ଦିର ଗୁଡିକୁ ଉନ୍ନତ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ରାମସେନା କ୍ଳବ ପକ୍ଷରୁ ଆଜି ସନ୍ଧ୍ୟା ୫ ଟା ସମୟରେ ଏନ୍ଏସି ଅନ୍ତର୍ଗତ ମହାବୀର ମନ୍ଦିର ଠାରୁ ତ୍ରିନାଥ ବଜାର ପର୍ଯ୍ୟନ୍ତ "ଜୟ ଶ୍ରୀରାମ " ଧ୍ୱନି ସହିତ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।