କୁଚିଣ୍ଡା କଲେଜ୍ ପରିସର ରେ ରାଷ୍ଟ୍ରୀୟ ସୁରକ୍ଷା ଯୋଜନା ଆନୁକୁଲ୍ୟ ରେ ପରିବେଶ ସଚେତନତା ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ୍ ଅଧ୍ୟକ୍ଷ ମନୋଜ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଗୁରୁବାର ଦିନ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ଡକ୍ଟର ସୁମନ୍ତ କୁମାର ପଟେଲ, ଦେବଦତ୍ତ ଭୋଇ ଓ ଖୁର୍ଷିଦ୍ ଆରା ବେଗମ୍ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିବା ସହ ସିଙ୍ଗଲ ୟୂଜ ପ୍ଲାଷ୍ଟିକ ବ୍ୟବହାର କୁ କିପରି ଏଡ଼ାଇ ଦିଆ ଯାଇ ପାରିବ ଏନେଇ ବିଶେଷ ଆଲୋଚନା କରିଥିଲେ।