ଜମନକିରା: ବଡ଼ମାଲ ପଞ୍ଚାୟତ ଅଞ୍ଚଳରେ ସରକାରୀ ବସ୍ ସେବା ଯୋଗାଇବା ଦାବି ନେଇ ଜମନକିରା ବ୍ଲକ ଅଫିସ ରେ ଦାବିପତ୍ର
ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ଅଧୀନ ରେ ଥିବା ଭାଲୁଡ଼ିହି, କୋହ୍ଲପାଲ, ଲଦ୍ରୋପାଲ, କଲୋନି ପଡା, ଜାମୁମାଲ, ସୁଦ ବଲଣ୍ଡା, ସିଙ୍କଲମୁଣ୍ଡା ସହିତ ବଡ଼ମାଲ ଅଞ୍ଚଳ ରୁ ଗ୍ରାମବାସୀ ଦୈନନ୍ଦିନ ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟ ପାଇଁ ଜମନକିରା କୁ ଆସିଥାନ୍ତି। ହେଲେ ଉକ୍ତ ଗ୍ରାମ କୁ ଯାତାୟାତ ପାଇଁ କୌଣସି ସାଧନ ନଥିବା ରୁ ସରକାରୀ ବସ ସେବା ଯୋଗାଇଦେବାକୁ ଗ୍ରାମର ମହିଳାଙ୍କ ଏକ ପ୍ରତିନିଧି ଦଳ ସୋମବାର ଅପରାହ୍ନ ପ୍ରାୟ ୪ ଟାରେ ଜମନକିରା ବ୍ଲକ ଅଫିସ ରେ ପ୍ରଦାନ କରିଛନ୍ତି।