ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ବଜାରପଡ଼ା ସମଲେଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ଆରମ୍ଭ ହୋଇଛି l ଆଜି ସକାଳୁ ସମ୍ପୂର୍ଣ ରୀତିନୀତିରେ ଏହି ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ସମାପନ ହେବ l ଆଜି ସନ୍ଧ୍ୟା ୭ ଟାରେ ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବାବେଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଆଶୀର୍ବାଦ ନେଇଛନ୍ତି l ସମଲେଇ ମନ୍ଦିର ପ୍ରତିଷ୍ଠା କମିଟି ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରିଛନ୍ତି ବରଗଡ଼ ସଂସାଦ l ଏହାସହ କୃଷ୍ଣଗୁରୁ କୀର୍ତ୍ତନ ପରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ