ବୌଦ୍ଧ ସଦର: ପୂରୁଣାକଟକ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକସଙ୍ଘର ଶତବାର୍ଷିକ ପୂର୍ତ୍ତି ଉପଲକ୍ଷେ ବିଜୟଦଶମୀ ଉତ୍ସବ ଓ ପଥ ସଞ୍ଚଳନ ଅନୁଷ୍ଠିତ
ଆଜି ଅପରାହ୍ନ ପଖାପାଖି ୪ଟା ସମୟରେ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହରଭଙ୍ଗା ଖଣ୍ଡର ପୁରୁଣାକଟକ ଶାଖା ଦ୍ୱରା ସ୍ଥାନୀୟ ସ୍ୱରସ୍ୱତୀ ବିଦ୍ୟାମନ୍ଦିର ମଣ୍ଡପ ଠାରେ ବିଜୟା ଦଶମୀ ଉତ୍ସବ ସହିତ ପଥସଞ୍ଚଳନ ପାଳିତ ହୋଇଯାଇଛି l ଏହି ଅବସରରେ ପୂର୍ଣ୍ଣ ଗଣବେଶରେ ଏକ ପଥ ସଂଚଳନ ପୁରୁଣାକଟକ ଗ୍ରାମ ପରୀକ୍ରମl କରିଥିଲା l ପଥ ସଞ୍ଚଳନ ସମୟରେ ପୂରୁଣାକଟକ ଗ୍ରାମର ପ୍ରତ୍ୟକ ଗୃହ ସମୁଖରେ ପୁର୍ଣ କଲସି ରଖି ସ୍ୱୟଂସେବକ ସଙ୍ଘର ସେବକଙ୍କୁ ସ୍ୱlଗତ କରିବା ସହିତ ପୁଷ୍ପ ବୃଷ୍ଟି କରାଯାଇଥିଲା