କୁଚିଣ୍ଡା: କର୍ଲିଆଡିହି ଠାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ
ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଦୀପକ ପ୍ରଧାନ ଜରାବଗା ଅଞ୍ଚଳରେ ରହି ନଳକୂପ ଖନନ ଗାଡ଼ିରେ କାମ କରନ୍ତି। ସେ ଶନିବାର ସନ୍ଧ୍ୟା ପ୍ରାୟ ୭ ଟାରେ ସୋଲ ପଟରୁ ଖଜୁରୀ ରସ୍ ପିଇ ଫେରୁଥିବା ବେଳେ କର୍ଲିଆଡିହି ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବା ସହ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାତି ୧୦ ଟାରେ ସୁନ୍ଦରଗଡ଼ ମେଡ଼ିକାଲ କଲେଜ୍ କୁ ସ୍ଥାନାନ୍ତରିତ କରାଯାଇଛି।