ହଳଦି ଘାଟରେ ବାଇକ ଦୁର୍ଘଟଣା , ଦୁଇଜଣ ଗୁରୁତର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନାକଟିଦେଉଳ ରାସ୍ତାର ହଳଦୀ ଘାଟ ନିକଟରେ ରବିବାର ଅପରାହ୍ନ ୫ ଘଟିକା ସମୟରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରେଢ଼ାଖୋଲ ଭର୍ତ୍ତି କରାଯାଇଛି ।ସୂଚାନାଯୋଗ୍ୟ ଯେ ବାଇକ୍ ଚାଳକ ରେଢ଼ାଖୋଲ ରୁ ନାକଟିଦେଉଳ ଯାଉଥିବା ବେଳେ ଦ୍ରୁତ ଗତିରେ ଥିବାରୁ ହଳଦୀ ଘାଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।