ବୁର୍ଲା ଥାନା ଅନ୍ତର୍ଗତ ଚାଉଁରପୁର ପୋଲୋ ଉପରେ ସଡ଼କ ଦୁର୍ଘଟଣା ଘଟଣାରେ ମୂଖ୍ୟ ଅଭିଯୁକ୍ତ ଗିରଫ l ଗିରଫ ଅଭିଯୁକ୍ତ ଜଣକ ହେଲେ ମାୟାବଗିଚା ର ସୟଦ ସହେବ ଅଲି l ଗତକାଲି ଚାଉଁରପୁର ପୋଲୋ ନିକଟରେ ସ୍ଵାତି ଅଗ୍ରୱାଲ ନାମକ ଜଣେ ମହିଳା ସାନ୍ଧ୍ୟ ଭ୍ରମଣ କରୁଥିବା ବେଳେ ସୟଦ ତାଙ୍କ ଚାରି ଚକିଆ ଗାଡ଼ିରେ ଧକ୍କା ଦେଇ ଫେରାର ହୋଇଯାଇଥିଲେ l ଏହି ଦୁର୍ଘଟଣା ରେ ସ୍ଵାତିଙ୍କ ମୃତ୍ୟୁ ହୋଇଥିଲା l ଏନେଇ ଆଜି ରାତି 10 ଟା ରେ ବୁର୍ଲା ପୋଲିସ ସୂଚନା ଦେଇଛି l