ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଛକ ନିକଟରେ ଗ୍ୟାସ ପାଇପ ଲିକ ଅଭିଯୋଗ
ଅଇଁଠାପାଲି ଛକ ନିକଟରେ ଗ୍ୟାସ ପାଇପ ଲିକ ଅଭିଯୋଗ। ଆଜି ରାତି 9 ଟା ସମୟରେ ମାଟି ତଳୁ ଗ୍ୟାସ ବାହାରୁଥିବା ଦେଖିବାକୁ ମିଳିଛି l ଘଟଣାର ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି, ଲିକ କିପରି ହେଉଛି ତାହା ତଦନ୍ତ କରୁଛି l ସେପଟେ ଘଟଣାସ୍ଥଳରେ ବିପିସିଏଲ ର କର୍ମଚାରୀ ମାନେ ପହଞ୍ଚି ଏହାର ତଦାରଖ କରୁଛନ୍ତି l ଅଞ୍ଚଳରେ ଲୋକଙ୍କ ମଧ୍ଯରେ ଭୟ ଦେଖିବାକୁ ମିଳିଛି l ତେବେ ରାସ୍ତା କଡ ମାଟି ତଳେ ଯାଇଥିବା ଗ୍ୟାସ ପାଇପ ରୁ ଲିକ ହୋଇଥିବା ଅନୁମାନ କରାଯାଉଛି l ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତେ ଦୋକାନ ବଜ଼ାରକୁ ବନ୍ଦ କରିଦିଆଯାଇଛି l