କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ପାଇଁ ଟ୍ରଫି ଆଣିଲେ ଗୁଦରାପଡା ର ଜୟକୃଷ୍ଣ, ଗାଁରେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ
କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଭୋଜପୁର ଗୁଦରାପଡ଼ା ର ଜୟକୃଷ୍ଣ ଗର୍ଡିଆ ରାଜ୍ୟ ସ୍ତରୀୟ ବେଡମିଣ୍ଟନ ପ୍ରତିଯୋଗିତା ରେ ଚେମ୍ପିୟାନ ହୋଇ ଥିବା ବେଳେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୂଚନା ଅନୁସାରେ ନବରଙ୍ଗପୁର ଠାରେ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଅଣ୍ଡର ସେଭେଣ୍ଟିନ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ଗୁଦରାପଡ଼ାର ଜୟକୃଷ୍ଣ ଗର୍ଡିଆ ଚମ୍ପିୟାନ ହୋଇ ଥିବା ବେଳେ ସମ୍ବଲପୁର ଜିଲ୍ଲା ବିଜେତା ହୋଇଛି। ସୋମବାର ଦିନ ଜୟକୃଷ୍ଣ ନିଜ ଗ୍ରାମ କୁ ଫେରିଥିବା ବେଳେ ସନ୍ଧ୍ୟା ୬ ଟା ସମୟରେ ବିଭିନ୍ନ ମହଳ ରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।