କାକଟପୁର: ଅସ୍ତରଙ୍ଗ ବ୍ଲକ ବିଭିନ୍ନ ସ୍ଥାନରେ ଗାନ୍ଦୀ ଜୟନ୍ତୀ ପାଳିତ
କୁହୁଡି ଲବଣ ସତ୍ୟାଗ୍ରହ ପୀଠ ରେ ଅତିଥି ଭାବେ ଯୋଗ ଦେଲେ ସାଂସଦ ପ୍ରତିନିଧି
Kakatpur, Puri | Oct 2, 2025 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ମନେ ପକାଇ ଶ୍ରଦ୍ଧାଞ୍ଜଳି :-ମନେ ପଡନ୍ତି ମହାତ୍ମା, ଶାସ୍ତ୍ରୀ. ଅସ୍ତରଙ୍ଗ:-୦୩/୧୦:-ଅକ୍ଟୋବର ୨, ଭାରତୀୟ ମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ। ଏହିଦିନ ଭାରତ ବର୍ଷରେ ଜନ୍ମଗ୍ରହଣ କରିଥିଲେ ଦୁଇ ମହାନ ନେତା।ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ଜୟନ୍ତୀ। ଅକ୍ଟୋବର ଦୁଇ ତାରିଖ ୧୮୬୯ ମସିହାରେ ଗୁଜୁରାଟ ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ବାପୁ।ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗ ପୁରୁଷ ହେଉଛନ୍ତି ମହାତ୍ମାଗାନ୍ଧୀ। ଅହିଂସା ଉପାୟରେ ଦେଶକୁ ଇଂରେଜ ସରକାର ଙ୍କୁ ତଡି ସ୍ୱାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମାଗାନ୍ଧୀ