ଟିଟିଲାଗଡ: ବ୍ୟବସାୟୀଙ୍କୁ ଗାଡ଼ି ଧକ୍କା ମାରି ହତ୍ୟା ଉଦ୍ୟମରେ ବିଧାୟକ ନବୀନ ଜୈନଙ୍କ ଘନିଷ୍ଠ ଅଙ୍କୁର ଅଗ୍ରୱାଲ ଗିରଫ - ବିଧାୟକଙ୍କ ଇସ୍ତଫାଦାବି ବିଜେଡି
ଟିଟିଲାଗଡ଼ ନିର୍ବାଚନ ତଥା ଟିଟିଲାଗଡ଼ ସହର ଦିନକୁ ଦିନ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସହ ଶାନ୍ତି ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଯେପରିକି ବଡ଼ମାଳ ଫାଣ୍ଡିରେ କାର୍ଯ୍ୟରତ ଥାନାଧିକାରୀଙ୍କୁ ମାଡ ମାରିଥିବା ଯୁବକ ହେଉଛନ୍ତି ବିଧାୟକଙ୍କ ନିକଟତର ଲୋକ ବୋଲି ଚର୍ଚ୍ଚା ହେଉଥିଲା। ସେହିପରି ୨୮ ତାରିଖ ରାତିରେ ଟିଟିଲାଗଡ଼ର ବ୍ୟବସାୟୀ ଟୟ ସନ୍ ଭ୍ୟୁ ହୋଟେଲର ମାଲିକ ଶିବ ଦୟାଲ ଜୈନଙ୍କୁ ନମ୍ବର ବିହୀନ ବୋଲେରୋ ଗାଡ଼ିରେ ଧକ୍କା ଦେଇ ହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମଙ୍ଗଳବାର ଦିନ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈ