ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୫ ରେ ଯୋଗଦାନ କଲେ ବରଗଡ଼ ବିଧାୟକ ଓ ଭଟଲି ବିଧାୟକ | ରବିବାର ଅପରାହ୍ନ 3 ଘଣ୍ଟା ସମୟରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଓ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ କୃଷି ଯନ୍ତ୍ରପାତି ମେଳାରେ ଯୋଗଦାନ କରି ସରକାରଙ୍କ ତରଫରୁ ଦିଆ ଯାଉଥିବା ସୁବିଧା କିପରି ଚାଷୀ ପାଇ ପାରିବେ ସେନେଇ ଜଣାଇଥିଲେ | ରାଜ୍ୟ ସରକାର ଚାଷୀଙ୍କ ପାଇଁ କଣ ସବୁ ସୁବ୍ୟବସ୍ଥା କରିଛି ଏବଂ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜଣାଇଥିଲେ ।