କେଶାଇବାହାଲ ନିବାସୀ ସନ୍ୟାସୀ ପଟେଲ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ ଟାରେ ସୋଲବଗା କୁ ଯାଉଥିବା ବେଳେ ସୋଲବଗା ଛକ ନିକଟ ବୁଲାଣିରେ ୨/୩ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ତାଙ୍କୁ ପିଛା କରି ଅଟକାଇ ଥିଲେ। ପରେ ତାଙ୍କୁ ପଛ ପଟୁ ଲୁହା ରଡରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ରାତି ୯ ଟା ରେମହୁଲପାଲି ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଏ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଆକ୍ରମଣର ପ୍ରକୃତ କାରଣ ଜଣାପଡି ନାହିଁ।