ବିଷ ଖାଇ ଜଣେ ଯୁବକ ଗୁରୁତର । ଦେବଗଡ ସହର ନୀଳବେର୍ଣ୍ଣି ସାହିରେ ଶୁକ୍ରବାର ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ସଞ୍ଜୟ କୁମାର ମୁଣ୍ଡା କୌଣସି କାରଣରୁ ଘରେ ଥିବା ବିଷ ଖାଇ ଦେଇଥିଲେ । କିଛି ସମୟ ପରେ ଗୁରୁତର ହୋଇ ପଡିଥିବା ବେଳେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତୀ କରିଛନ୍ତି । ରାତି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।