ଆଉ ଦୁଇ ଦିନ ପରେ ପାଳନ ହେବ ଇଂରାଜୀ ନବବର୍ଷ। ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହେବ ସେଥି ନେଇ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ଅନୁଗୋଳ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ବନ୍ତଳା ପୋଲିସ ପକ୍ଷରୁ ବନ୍ତଳା ଛକର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ହୋଇଯାଇଛି। ବନ୍ତଳା ଥାନା ଅଧିକାରୀ ନଟବର ନନ୍ଦଙ୍କ ନେତୃତ୍ୱରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଆଜି ସଂଧ୍ୟାରେ ଥାନା ପରିସରରୁ ବାହାରି କରି ବନ୍ତଳା ଛକ ନିକଟରେ ଥିବା ବେଣୁଧର ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇଥିଲେ।ପରେ ସେଠାରୁ ଫେରି ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରିଥିଲେ। ଇଂରାଜୀ