ଭୋଗରାଇ: ଉଦୟପୁର ସମେତ ୩ଟି ମତ୍ସ୍ୟଅବତରଣ କେନ୍ଦ୍ରରେ ମତ୍ସ୍ୟ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନତା , ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଲଘୁଚାପ ପାଇଁ ପୁଣି ସତର୍କ ସୂଚନା । ଚଳିତ ବର୍ଷ ବାରମ୍ବାର ଲଘୁଚାପ ପାଇଁ ଭାଙ୍ଗି ଗଲାଣି ମତ୍ସ୍ୟଜୀବୀଙ୍କ ମେରୁଦଣ୍ଡ । ଉଦୟପୁର ତାଳସାରି ରଣସିଂହପୁର କୀର୍ତ୍ତିନିଆରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ପ୍ରବଳ ବର୍ଷା ଓ ପବନ ପାଇଁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ମତ୍ସ୍ୟବିଭାଗ । ଆସନ୍ତା କାଲି ଠାରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ମନା କରାଯାଇଛି । ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ଅବମାନନା କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ସୂଚନା ଦେଲେ ଚନ୍ଦନେଶ୍ୱର ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା ।