ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଶାରଦୀୟ ପୂଜା ଅବସରରେ କମିଲା ଓମ୍ଫେଡ୍ ଉତ୍ପାଦ ଦର, ସହିଦନଗର ଅଫିସରେ ପ୍ରତିକ୍ରିୟା ରଖିଲେ ଓମଫେଡ଼ ଏମଡି ବିଜୟ ଅମୃତ କୁଲାଙ୍ଗେ
ଶାରଦୀୟ ପୂଜା ଅବସରରେ କମିଲା ଓମ୍ଫେଡ୍ ଉତ୍ପାଦ ଦର । ପାର୍ବଣ ଋତୁକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ତା’ର ଅଗଣିତ ଗ୍ରାହକଙ୍କୁ ଏହି ଭେଟି ଦେଇଛି ଓମ୍ଫେଡ୍ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଜିଏସ୍ ଟି ହ୍ରାସ କରିବା ପରେ ଓମ୍ଫେଡ୍ ତା’ର ଅଗଣିତ ଗ୍ରାହକଙ୍କ ପାଇଁ ଉତ୍ପାଦ ଦର ହ୍ରାସ କରିଛି । ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଓମ୍ଫେଡ୍ ଉତ୍ପାଦ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଗ୍ରାହକ ବେଶ ଉପକୃତ ହେବେ ।