ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ସାହାପଡାରେ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୪ ଟା ଯାଏଁ ଡୋର ଟୁ ଡୋର କେମ୍ପେନ କରି ଲୋକଙ୍କୁ ସାଇବର ସୁରକ୍ଷା ଉପରେ ସଚେତନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗଦେଇ ସାଇବର କ୍ରାଇମ କିପରି ରୋକି ହେବ, ସାଇବର ଠକେଇରୁ କିପରି ସୁରକ୍ଷିତ ରହିହେବ ସେନେଇ ଅବଗତ କରିଛନ୍ତି l ଅସୁରକ୍ଷିତ ଲିଙ୍କ କୁ ନ ଖୋଲିବା ତଥା ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ଉପରେ ଛାତ୍ରଛାତ୍ରୀ ଅବଗତ କରାଇଛନ୍ତି l