ରିଆମାଳ ଥାନା ଦେଇ ବେଆଇନ ଗଞ୍ଜେଇ ଚାଲାଣ ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ରିଆମାଳ ଥାନା ପୋଲିସ ତାରଙ୍ଗ ନିକଟ ସାମପାଲି ଛକ ନିକଟରେ ଗତ 19 ତାରିଖ ଚଡଉ କରିଥିଲା। ଯାନବାହାନ ଯାଞ୍ଚ ବେଳେ ଗଞ୍ଜେଇ ଭର୍ତ୍ତୀ ଏକ ସ୍ବିଫ୍ଟ କାରକୁ କାବୁ କରିବା ସହ ଗାଡ଼ି ମଧ୍ୟରୁ ତିନୋଟି ପ୍ଲାଷ୍ଟିକ ବ୍ୟାଗ ମଧ୍ୟରୁ ଚାଲାଣ ହେଉଥିବା 58 କିଲୋ ବେଆଇନ ଗଞ୍ଜେଇ ଜବତ ହୋଇଥିଲା। ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ମହିଳା ଓ ଜଣେ ପୁରୁଷ ବନ୍ଧୁକୁ ଗିରଫ କରିଥିଲା ।