ସମ୍ବଲପୁରର ଟାଉନ ଥାନା ଅଞ୍ଚଳରୁ ଗତ ୧୧ ସେପ୍ଟେମ୍ବର ରେ ଜଣେ ୧୬ ବର୍ଷିୟ ନାବାଳିକା ଘରୁ ସ୍କୁଲ ଯିବା ପରେ ନିଖୋଜ ହୋଇଯାଇଥିଲେ । ଠିକଣା ସମୟରେ ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ପରେ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ନାବାଳିକା ଜଣକ ରାଜ୍ୟ ବାହାରେ ରହିଥିବା ପୋଲିସ ଜାଣି ପାରିଥିଲା । ତୁରନ୍ତ ପୁଲିସର ଏକ ଦଳ ରାଜ୍ୟ ବାହାରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ତାଙ୍କୁ ଅପହରଣ କରି ନେଇଥିବା ନୁଆଦିଲ୍ଲୀର ନିବାସୀ ହର୍ଷ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା । ପୁଲିସ ଗିରଫ ଯୁବକଙ୍କୁ