ଜମନକିରା ବ୍ଲକ ଅନ୍ତର୍ଗତ ଡିମିରିମୁଣ୍ଡା ସ୍ଥିତ ଭାରତମୟ ଆଶ୍ରମ ପରିସରରେ ବଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ପାଞ୍ଚ ଦିବସୀୟ କର୍ମଶାଳା ସୋମବାର ସନ୍ଧ୍ୟା ୬ ଟାରେ ଉଦଯାପିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ପ୍ରାଥମିକ ଶିକ୍ଷା, ଆରୋଗ୍ୟ ଶିକ୍ଷା, ଗ୍ରାମ ବିକାଶ, ଜାଗରଣ ଶିକ୍ଷା ଓ ସନ୍ସ୍କାର ଶିକ୍ଷା ନେଇ ତାଲିମ ଦିଆଯାଇଥିଲା। ଉଦଯାପନି ଉତ୍ସବରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମାଜ ଓ ଦେଶ ଗଠନ ପାଇଁ ଏପରି କର୍ମଶାଳାର ଆବଶ୍ୟକତା ନେଇ ମତ ବ୍ୟକ୍ତ କରିଥିଲେ।