ଆଜି ଦିନ 1ଟାରେ ଶ୍ରୀକୃଷ୍ଣ ଗୋଶାଳା ପୋତାପାଳିରେ ଶ୍ରୀ ଗୋପାଷ୍ଟମୀ ମହୋତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଅବସର ରେ ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ଯୋଗ ଦେଇ ଗୋସେବା ମାତ୍ର ସେବା ନୁହେଁ — ଏହା ହେଉଛି ଦୟା, ଭକ୍ତି ଓ ପରମ ଧର୍ମର ଜୀବନ୍ତ ପ୍ରତୀକ ଓ ଗୋମାତା ଆମ ସଂସ୍କୃତିର ଆତ୍ମା, ତାଙ୍କ ସେବା ହେଉଛି ଆମ ଧାର୍ମିକ ଜୀବନର ଶ୍ରେଷ୍ଠ କର୍ମ ସେପଟେ ବେସାହାରା ଗାଈମାନଙ୍କ ଆଶ୍ରୟ ସ୍ଥଳୀ ଶ୍ରୀକୃଷ୍ଣ ଗୋଶାଳା ନିଶ୍ଚୟ ଗୋସେବା ଓ ମାନବ ସେବାର ଏକ ଜୀବନ୍ତ ଉଦାହରଣ ବୋଲି କହିଥିଲେ l