ଧର୍ମଗଡ: ଦଣ୍ଡେଇଖୋଲ ନିକଟରେ ବୋଲେରୋକୁ ଧକ୍କା ଦେଲା ଟଙ୍କା ନେଇ ଯାଉଥିବା ଭ୍ୟାନ
ବୁଧବାର ସନ୍ଧ୍ୟାରେ କଲମପୁର ଦୁଲକିବନ୍ଧ ମୁଖ୍ୟ ରାସ୍ତାର ଦଣ୍ଡେଇଖୋଲ ନିକଟରେ ଘଟିଛି ଏକ ଦୁର୍ଘଟଣା। ଗୋଟିଏ ବୋଲେରୋ କୁ ଭାରସାମ୍ୟ ହରାଇ ଏକ ଟଙ୍କା ବୋଝେଇ ଭ୍ୟାନ ବୋଲେରୋ କୁ ପଛପଟୁ ଧକ୍କା ଲଗାଇଥିଲା। ଫଳରେ ବୋଲେରୋ ଚାଳକ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଗଛ ସହ ଧକ୍କା ହେଇଥିଲା। ସେହିଭଳି ଭ୍ୟାନ ମଧ୍ୟ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଚାଷ ଜମିରେ ପଶି ଯାଇଛି।