ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଠକେଇର ଶିକାର ହୋଇଥିବା ସାଲେପାଲି ଗ୍ରାମର ମହିଳା ମାନେ
ସଫେଇ ଚାକିରୀ କରାଇଦେବା ନେଇ ଠକେଇର ଶିକାର ହୋଇଥିବା ଭେଡେନ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମର ମହିଳା ମାନେ ଶନିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି | ସଫେଇ ଚାକିରୀରେ ଲଗାଇବା ପାଇଁ ଗ୍ରାମର 14 ଜଣ ମହିଳାଙ୍କ ଠାରୁ 12,000 ଟଙ୍କା ଲେଖାଏଁ ନେଇଥିଲେ ଜୁଖିପାଲିର ମନୋରଞ୍ଜନ ମହାନନ୍ଦ | ତେବେ ମହିଳା ମାନେ ଏହି ଠକେଇ ବିଷୟରେ ଜାଣିବା ପରେ ତାଙ୍କ ଟଙ୍କା ମାଗିଥିଲେ କିନ୍ତୁ ଫେରସ୍ତ କରିନ ଥିଲା | ଏନେଇ ଭେଡେନ ଥାନାରେ ଏତଲା ପରେ ମନୋରଞ୍ଜନକୁ ଗିରଫ କରାଯାଇଛି ।