ଢେଙ୍କାନାଳ ସଦର: କାଇମାଟି ନିକଟରେ ଯାତ୍ରୀବାହୀ ବସ ଧକ୍କାରେ ଭାଙ୍ଗିଲା ସ୍କୁଟି, ଅଳ୍ପକେ ବଞ୍ଚିଲେ ଚାଳକ
ଢେଙ୍କାନାଳ ସଦର ଥାନା କାଇମାଟି ନିକଟରେ ରବିବାର ଅପରାହ୍ନ ୪ଟା ବେଳେ ଏକ ଯାତ୍ରୀବାହୀ ବସ ଧକ୍କାରେ ଏକ ସ୍କୁଟି ଭାଙ୍ଗିବା ସହିତ ସ୍କୁଟିର ଚାଳକ ଅଳ୍ପକେ ବଞ୍ଚିଯାଇଛନ୍ତି lସୁଚନା ମୁତାବକ ଛଣବୋଲୁଅ ଗ୍ରାମର ସୁଶାନ୍ତ ସାହୁ ସ୍କୁଟିରେ ତେଲ ପକାଇବାପାଇଁ କାଇମାଟି ଯାଉଥିବା ବେଳେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟାଇଥିଲା ।