କୋରେଇ: ସୁନ୍ଦୁରିଆ ପଞ୍ଚାଯତରେ ବିଧାୟକଙ୍କୁ ସମ୍ବର୍ଦ୍ଧନା,ଆଗାମୀ ଦିନରେ ହେବାକୁ ଥିବା ବିକାଶ କାର୍ଯ୍ୟକୁ ନେଇ ସୂଚନା ଦେଲେ ବିଧାୟକ
Korai, Jajpur | Sep 28, 2025 ସୁନ୍ଦୁରିଆ ପଞ୍ଚାଯତରେ ବିଧାୟକଙ୍କୁ ସମ୍ବର୍ଦ୍ଧନା,ଆଗାମୀ ଦିନରେ ହେବାକୁ ଥିବା ବିକାଶ କାର୍ଯ୍ୟକୁ ନେଇ ସୂଚନା ଦେଲେ ବିଧାୟକ । ଧର୍ମଶାଳା ନିର୍ବାଚନମଣ୍ଡଳୀର ସୁନ୍ଦୁରିଆ ପଞ୍ଚାଯତରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଷୋହଳ ନମ୍ବର ଜାତୀୟ ରାଜପଥର ସା ରୋ ଇ ଛକ ଠାରୁ ଶହ ଶହ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କୁ ସଭାସ୍ଥଳ କୁ ପାଛୋଟି ଆଣିଥିଲେ ତାଙ୍କ ସହ ଭାଜପା ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ ଏବଂ ଭାଜପା ନେତା ସର୍ବେଶ୍ଵର ବେହୁରା ଯୋଗଦାନ କରିଥିଲେ। ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ଯ ଆରମ୍ଭ ହୋଇଥିଲା।