ଦେବଗଡ ଜିଲ୍ଲାରେ କନ୍ୟା ସନ୍ତାନ ଜନ୍ମହାର ବୃଦ୍ଧି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ଆଜି ସନ୍ଧ୍ୟା ୬ ଟାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଦେବଗଡ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଧାଂଶୁ କୁମାର ସାହୁ, ଡାକ୍ତର ପ୍ରଭାତ କୁମାର ଓଝା, ଡାକ୍ତର ବଂଶୀଧି ପାତ୍ର ସାମିଲ ହୋଇ ଥିଲେ।