ରିଆମାଳ ବ୍ଲକ ବୁଢାପାଳ ପ୍ରାଥମିକ କୃଷି ସମବାୟ ସମିତିରେ ଦେବଗଡ ଜିଲ୍ଲାର ପ୍ରଥମ ଧାନମଣ୍ଡି ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମ ଦିନ ପ୍ରାୟ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପ୍ରଥମ ପର୍ୟ୍ୟାୟରେ ୫ ଲକ୍ଷ କ୍ୟୁଣ୍ଟାଲ ଧାନ କ୍ରୟ ଲକ୍ଷ ଧାର୍ୟ୍ୟ କରାଯାଇ ୫୧ ଟି ମଣ୍ଡି ଖୋଲା ଯାଇଛି । ଜିଲ୍ଲାରେ ୨୧ ହଜାର ୪୧୪ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ବେଳେ ବୁଢାପାଳ ସମବାୟ ସମିତିରେ ୯୧୩ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି । ଆଜି ପ୍ରଥମ ଦିନରେ ଜଣେ ମାତ୍ର ଚାଷୀ ଡନ ପ୍ରଧାନ ୪୮ବସ୍ତାରେ ୨୧ କ୍ଵଣ୍ଟାଲ ୯୭ କେଜି ଧାନ ବିକ୍ରି କରିଛନ୍ତି ।