ଅତାବିରା: ପତ୍ରାପାଲି ମାର୍କେଟରେ ଜିଲା ଡୁମାଲ ପରିଷଦର ଜିଲାସ୍ତରୀୟ ବୈଠକ
ବରଗଡ ଜିଲ୍ଲା ଡୁମାଳ ପରିଷଦ ପକ୍ଷରୁ ଆଜି ପତ୍ରାପାଲି କେନ୍ଦ୍ର ଠାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗଣେଶ ପାଧାନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦୟାସାଗର ମେଣ୍ଡଲି ଯୋଗ ଦେଇଥିଲେ । ଜିଲ୍ଳାର ୧୨ ଟି କେନ୍ଦ୍ରରୁ ସଭାପତି, ସମ୍ପାଦକ ଯୋଗ ଦେଇଥିଲେ ।ସର୍ବ ପ୍ରଥମେ ମାଁ ମହେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ପତ୍ରାପାଲି କେନ୍ଦ୍ର ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।