ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଗୁଣ୍ଡୁରୁଚୁଆଁ ଗ୍ରାମ ପଞ୍ଚାୟତ ଅଧୀନ ରେ ମୋଟ ୧୨ ଗୋଟି ରାଜସ୍ବ ଗ୍ରାମ ରହିଥିବା ବେଳେ ୨୦୧୧ ଜନ ଗଣନା ଅନୁସାରେ ଏହାର ଜନ ସଙ୍ଖ୍ୟା ୬ ହାଜର ରହିଛି। ହେଲେ ଉକ୍ତ ପଞ୍ଚାୟତ ଅଧିନ ରେ ଥିବା ବୁଦେଲକାନି ଗ୍ରାମ କୁ ନୂତନ ପଞ୍ଚାୟତ ଭାବେ ଗଠନ କରିବା ଦାବି ନେଇ ଗୁରୁବାର ଦିନ ଏକ ଦାବିପତ୍ର ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି। ଦାବିପତ୍ର ପ୍ରଦାନ ସମୟରେ ବୁଦେଲକାନି ନୁତନ ଗ୍ରାମ ପଞ୍ଚାୟତ ଗଠନ କାର୍ଯ୍ୟନୁଷ୍ଠାନ କମିଟି ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଏନେଇ ସନ୍ଧ୍ୟା ୬ ଟାରେ ସୂଚନା ପ୍ରଦାନ କରାଯାଇଛି।