ସୁନ୍ଦରଗଡ ସହର: ବୁଢ଼ା ଝରିଆ ନିକଟରେ ବାଇକ ଓ ଡମ୍ପର ଧକ୍କା, ଗୁରୁତର ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ
ଆଜି ନଭେମ୍ୱର 28 ତାରିଖ ସକାଳ 8 ଟା ପାଖାପାଖି ସମୟରେ ଏହି ଗୁରୁତରଙ୍କୁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଜଣଙ୍କ ହେଲେ - ସୁରଜ ପାଣ୍ଡେ ଓ ତାଙ୍କ ଘର ହେମଗିର ଥାନା ଅନ୍ତର୍ଗତ ରଙ୍ଗିଆ ଢିପା। ସେ ଗତକାଲି ବିଳମ୍ୱିତ ରାତିରେ ତାଙ୍କ କର୍ମ କ୍ଷେତ୍ରରୁ ରଙ୍ଗିଆ ଢିପା ଫେରୁଥିବା ବେଳେ ବୁଢ଼ା ଝରିଆ - କତର ବଗା ରାସ୍ତାରେ ଠିଆ ହୋଇଥିବା କୋଇଲା ବୋଝେଇ ଟ୍ରଲର CG - 17AY -5769 ସହ ତାଙ୍କ ବାଇକ CG -18L-3791 ପିଟି ହୋଇଥିଲା । ଫଳରେ ସେ ଘଟଣା ସ୍ଥଳରେ ପଡ଼ି ଛଟ ପଟ ହେଉଥିଲେ। କେତେକ ପଥଚାରୀ