ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନୟାପଲ୍ଲୀ ହାତୀଆସୁଣୀ ନିକଟରେ 3ଜଣ ବନ୍ଧୁକ ବେପାରୀ ଗିରଫ,8ଟି ବନ୍ଧୁକ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ
ନୟାପଲ୍ଲୀ ହାତୀଆସୁଣୀ ନିକଟରେ 3ଜଣ ବନ୍ଧୁକ ବେପାରୀ ଗିରଫ,8ଟି ବନ୍ଧୁକ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ | ସ୍ପେଶାଲ କ୍ରାଇମ ୟୁନିଟ ହାତରେ ଆନ୍ତରାଜ୍ୟ ବନ୍ଧୁକ ଲୁଟେରା ଗ୍ୟାଙ୍ଗ l ବନ୍ଧୁକ ଡିଲ ବେଳେ ମାଡିବସିଲା ସ୍ପେଶାଲ କ୍ରାଇମ ୟୁନିଟ l 3 ଜଣ ବନ୍ଧୁକ ବେପାରୀଙ୍କ ସମେତ 8ଟି ସେମି ଅଟୋମେଟିକ ବନ୍ଧୁକ 34 ରାଉଣ୍ଡ ଅଫୁଟା ଗୁଳି, 3 ଟି କାର, 4 ଟି ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ l ଗିରଫ 3 ଅଭିଯୁକ୍ତ ହେଲେ ଟିପୁ , ମହମଦ ଶେଖାଵତ, ଫିରୋଜ ଅଲି ଖାନ l ଟିପୁର ଘର ଝାରଖଣ୍ଡ ଅଂଚଳରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ଖୋର୍ଦ୍ଧା ଅଂଚଳରେ |