କର୍ଲିଆଡିହି ଗ୍ରାମ ର ସାପ୍ତାହିକ ହାଟ ଠାରେ ଲୋକମୁକ୍ତି ସଂଗଠନ ପକ୍ଷରୁ ଶନିବାର ଦିନ ଜରାବଗା ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଲୋକମୁକ୍ତି ସଂଗଠନ ପକ୍ଷରୁ ଉପଦେଷ୍ଟା ଅନନ୍ତ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ବାରା ମନରେଗା ଆଇନ କୁ ସମାପ୍ତ କରି ବିକଶିତ ଭାରତ ରୋଜଗାର ଓ ଅଜୀବିକା ଗ୍ୟାରେଣ୍ଟି ମିଶନ ନାମରେ ନୂତନ ଆଇନ ଆଣିବା ଦ୍ବାରା ଶ୍ରମିକଙ୍କ କିଭଳି ଆଇନଗତ ଅଧିକାରକୁ ସମାପ୍ତ କରି ଦିଆଯାଉଛି ଏବଂ ଏହା ପୂର୍ବରୁ ଶ୍ରମିକଙ୍କ ୪୪ ଟି ଶ୍ରମ ଆଇନ ରୁ ୧୫ଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଏବଂ ୨୯ ଗୋଟି ଶ୍ରମ