ରାଉରକେଲା ମ୍ୟୁନିସିପାଲଟି: ଏସ.ପି. ଅଫିସର ସନ୍ଧ୍ୟା୮ଟା ୪୧ମିନିଟର ସୂଚନା ଅନୁଯାୟୀ ପ୍ଲାଣ୍ଟସାଇଟପୋଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତା ଗିରଫ
ସେପ୍ଟେମ୍ବର ୨୮ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ପ୍ଲାଣ୍ଟସାଇଟ ଥାନା ପୋଲିସ ସବ ଇନ୍ସପେକ୍ଟର ଜି.ଏନ. ଗରଡିଆ ଓ ଥାନା ଷ୍ଟାଫ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ଏକ ବିଶ୍ୱାସ ସୂତ୍ରରୁ ଖବରପାଇ ରାଉରକେଲା ଜନତା ନିବାସ ଗଳି,ଇଦଗାହ ମୈଦାନ ନିକଟରେ ଦୁଇ ମହିଳା ଅଭିଯୁକ୍ତାଙ୍କୁ ଗିରଫ କରିବା ସହ ୮୦୦ଗ୍ରାମର ଗଞ୍ଜେଇ, ଗୋଟିଏ ରିଡ଼ମୀ ମୋବାଇଲ, ମାତ୍ର ୯୦୦ ଟଙ୍କା ଜବତ କଲେ, ଉଭୟଙ୍କ ନାମରେ ମାମଲା ରୁଜୁ କରି, ପ୍ଲାଣ୍ଟସାଇଟ ଥାନା କେସ ନଂ - 757,ତାରିଖ ୨୮-୦୯-୨୦୨୫ ଧାରା -20(b)(¡¡)B/29 NDPS Act ଅନୁସାରେ କୋର୍ଟ ଚାଲାଣ କରାଯାଇଛି