କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ କ୍ଲଷ୍ଟର ସ୍ଥିତ କାନକୁଟ୍ରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ପ୍ରମୋଦ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ କାର୍ଯ୍ୟକ୍ରମ ପ୍ରାରମ୍ଭରୁ ପ୍ରଥମେ ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇ ଅତିଥି ମାନଙ୍କୁ ମଞ୍ଚରେ ଉପବେଷନ କରାଯାଇଥିଲା। ଏହାପରେ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।