ରିଆମାଳ ବନାଂଚଳ ଟିଙ୍କବୀର ନିକଟରେ ଶନିବାର ରାତି ହାତୀ ଉପଦ୍ରବ ଦେଖାଦେଇଛି । ହାତୀ ଘଉଡାଇବାକୁ ବନବିଭାଗ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଛି । ଶନିବାର ରାତି ୧ ଟାରେ ବନବିଭାଗ ଠାରୁ ଏନେଇ ସୂଚନା ମିଳିଛି । ସନ୍ଧ୍ୟା ସମୟରେ ନିକଟ ଜଙ୍ଗଲରୁ ହାତୀ ପଲ ବାହାରି ଆସି ଗାଁ ମୁହାଁ ହେଉଛନ୍ତି । ଉକ୍ତ ଅଂଚଳରେ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହେଉଛି । ଅନ୍ୟପଟେ ହାତୀପଲ ଯେଭଳି ଗାଁ ଭିତରେ ପଶି ପାରିବେ ନାହିଁ ସେଥିପ୍ରତି ବନବିଭାଗ ସଜାଗ ରହିବା ସହିତ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି ।