ଶୁକ୍ରବାର ରାତ୍ରି ପ୍ରାୟ ୯ଟା ସମୟରେ ସମ୍ବଲପୁର – ଜୁନାଗଡ ପାସେଞ୍ଜର ରେଳଗାଡି ସମ୍ବଲପର ରେଳ ଷ୍ଟେସନକୁ ପହୁଞ୍ଚôବା ପରେ ଆସନ୍ତାକାଲି ସକାଳୁ ଯାତ୍ରାରମ୍ଭ ନିମନ୍ତେ ରେଳ ୟାର୍ଡକୁ ଯିବା ପାଇଁ ପଛୁଆ ଯାଇ ସନ୍ଟିଂ କରୁଥିଲା । ସେହି ସମୟରେ ଚେରୁଆପଡା ରେଳବାଇ ଓଭରବ୍ରିଜ ନିକଟରେ ଦଶମତୀପଡା ନିବାସୀ କିଶୋର ଲୁହା ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ଯୁବକଙ୍କ ଉଭୟ ଗୋଡରେ ଗୁରୁତର ଆଘାତ ହୋଇଥିଲା । ଖବର ପାଇ ରେଳବାଇ ସୁରକ୍ଷା ବଳ ର ଅଧିକାରୀ ଓ କର୍ମଚାରୀ ମାନେ ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରୁ ତାକୁ ବୁର୍ଲା ଭିମ