ସମ୍ବଲପୁରର ଧନୁପାଲି ଥାନାଞ୍ଚଳର ସୁନାପାଲି ଗୋସିଆ ମୋହଲ୍ଲା ନିବାସୀ କାଫିଲ ଅହମଦ ତାଙ୍କର ବାଇକକୁ ଘର ସମ୍ମୁଖରେ ରଖିଥିବା ବେଳେ ଗତକାଲି ରାତ୍ରିରେ ତାହା ଚୋରି ହୋଇଯାଇଥିଲା । ଏ ନେଇ ଧନୁପାଲି ଥାନାରେ ଅଭିଯୋଗ ହେବାରୁ ପୁଲିସ ବୁଧବାର ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତଦନ୍ତ ସମୟରେ ସୁନାପାଲି ନିବାସୀ ଏମଡି ଆଦିଲ ନାମକ ଜଣେ ୩୬ ବର୍ଷିୟ ବ୍ୟକ୍ତିଙ୍କୁ ଧରି ଚୋରି ବାଇକ ଉଦ୍ଧାର କରିଥିଲା । ଏଣୁ ଚୋରକୁ ଗିରଫ କରି ଅଦାଲତକୁ ଚାଲାଣ କରିଛି ବୋଲି ଧନୁପାଲି ପୁଲିସ କହିଛି ।