ଧର୍ମଗଡ: କର୍ମେଲି ଠାରେ ଆରାଧ୍ୟା ଦେବୀ କର୍ମଲେନ ବୁଡି ଠାକୁରାଣୀଙ୍କ ଦଶହରା ପର୍ବ ଅନୁଷ୍ଠିତ
ବୁଧବାର କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କର୍ମେଲି ଠାରେ ଗ୍ରାମର ଆରାଧ୍ୟା ଦେବୀ ମାଁ କର୍ମଲେନ ବୁଡି ଠାକୁରାଣୀଙ୍କ ଦଶହରା ପର୍ବ ଅନୁଷ୍ଠିତ ହେଇଯାଇଛି। ସକାଳୁ ଦେବୀଙ୍କ ପୂଜକ ଗ୍ରାମର ଅନ୍ୟ ଦେବା ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା କରି ଦଶହରା ପର୍ବରେ ସାମିଲ ହେବା ନେଇ ନିମନ୍ତ୍ରଣ କରିଥିଲେ। ଏହାପରେ ସଂଧ୍ୟାରେ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହେଇଥିଲା।