ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୋଲିସ ପକ୍ଷରୁ ପରିବହନ ଚେକିଂ କଡାକଡି
ମାଲକାନଗିରି ସୀମାନ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ପରିବହନ ଚେକିଂ କଡାକଡି କରାଯାଇଛି। ରବିବାର ସଂଧ୍ୟାରେ ବିଭିନ୍ନ ରାସ୍ତାରେ ପୋଲିସ ପକ୍ଷରୁ କଡାକଡି ଜାଞ୍ଚ ସହ ଚେକିଂ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଗାଡି ଗୁଡ଼ିକର ଲାଇସେନ୍ସ, ଇନ୍ସୁରାନ୍ସ ଆଦିକୁ ଟିକିନିଖି ଭାବେ ଯାଞ୍ଚ ହେଉଛି।