କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ଧାନମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଥିବା ବେଳେ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଶୀଘ୍ର ଧାନ ଉଠାଇବାକୁ ଦାବି କରିଛନ୍ତି। ଉକ୍ତ ମଣ୍ଡିରେ ଚାଷୀ ଙ୍କ ପ୍ରାୟ ୧୮ ହଜାର ବସ୍ତାରୁ ଅଧିକ ଧାନକ୍ରୟ ନହୋଇ ମଣ୍ଡିରେ ପଡ଼ି ରହିଥିବା ଓ ଅତ୍ୟଧିକ କଟନୀ ଛଟନି କୁ ବିରୋଧ କରି ଚାଷୀ ମାନେ ଏହି ଆନ୍ଦୋଳନ କରିଥିବା ସୂଚନା ରହିଛି। ମିଲର ମାନେ ବିଭିନ୍ନ ଦାବିନେଇ ଆନ୍ଦୋଳନ ରେ ଥିବା ବେଳେ ଟୋକନ ଲେପ୍ସ ହେବା ଆଶଙ୍କା ବର୍ତ୍ତମାନ ଚାଷୀଙ୍କୁ ଚିନ୍ତାରେ ପକାଇଛି। ଫଳରେ ଚାଷୀ ମାନେ ବୁଧବାର ଦିନ ଭୋଜପୁର ଧାନମଣ୍ଡିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।