ଚଳିତ କୃଷି ବର୍ଷ:୨୦୨୫-୨୬ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା ଶସ୍ୟ କାଟ ପରୀକ୍ଷଣ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥ ଦରବାର୍ ହଲରେ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ତା.୧୧.୧୧.୨୦୨୫ରେ ଆନନ୍ଦପୁର,ବାଂସପାଳ, ଚମ୍ପୁଆ,ଝୁମ୍ପୁରା,ଯୋଡା,ହରିଚନ୍ଦନପୁର,ତେଲକୋଇ ବ୍ଲକ ଏବଂ ତହସିଲର ୯୫ ଜଣ ,ଦ୍ୱିତୀୟ ତଥା ଶେଷ ଦିନ: ତା. ୧୨.୧୧.୨୦୨୫ରେ ଘଟଗାଁ, ଘଷିପୁରା,ହାଟଡିହି ,କେନ୍ଦୁଝର ସଦର ପାଟଣା ଓ ସାହରପଡା ବ୍ଲକ ଏବଂ ତହସିଲର ୯୫ ଜଣ , ଏହିପରି ସର୍ବମୋଟ ୧୯୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି ।