ପୋଲସରା: ରାଣୀପଡ଼ା ଶ୍ରୀ ରାମ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଯୋଗଦେଲେ ଆସିକା ସାଂସଦ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ପଲ୍ଲୀ ଠୁ ଦିଲ୍ଲୀ ସବୁଠି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ଏବଂ ପୋଲସରା ବ୍ଲକ ର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବା ବେଳେ ପୋଲସରା ସହର ରାଣୀପଡ଼ା ନିକଟ ଶ୍ରୀ ରାମ ମନ୍ଦିର ପରିସର ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଆସିକା ସାଂସଦ ଅନିତା ସୁଭଦର୍ଶନୀ ଙ୍କ ସମେତ ବିଜେପି ନେତା ସିମାଞ୍ଚଳ ସାହୁ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l