ମାଲକାନଗିରି: ଅଣ୍ଡରାପାଲି ପଞ୍ଚାୟତରେ ବିଜେପି ପକ୍ଷରୁ ଶକ୍ତିକେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ
ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ଅଣ୍ଡରାପାଲି ପଞ୍ଚାୟତରେ ବିଜେପି ପକ୍ଷରୁ ଶକ୍ତିକେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ବଡ଼ପଡ଼ା ମଣ୍ଡଳ ସଭାପତି ତଥା ଚିତ୍ରକୋଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଦାସ ଗାଲେଲ ଓ ମଣ୍ଡଳ ସମ୍ପାଦକ ଅଶୋକ ପାଙ୍ଗୀ ଯୋଗଦେଇ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଶ୍ରୀ ଗାଲେଲ ଓ ଶ୍ରୀ ପାଙ୍ଗିଶକ୍ତିକେନ୍ଦ୍ର ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ବିଭିନ୍ନ ବିଷୟରେ ବୁଝାଇବା ସହ ଆଲୋଚନା କରିଥିଲେ।ଏହି ଅବସରରେ ମଣ୍ଡଳ ସ୍ତରୀୟ, ଶକ୍ତିକେନ୍ଦ୍ର ସ୍ତରୀୟ ଓ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।