ଝାରସୁଗୁଡା ଜିଲ୍ଲା ଲଇକେରା ଅଂଚଳରେ ସଟ୍ଟା ଖେଳ ବେଳେ ଚଢ଼ାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ l ଗିରଫ ଅଭିଯୁକ୍ତଙ୍କ ଠାରୁ ୩ ହଜାର ୨ ଶହ ୭୦ ଟଙ୍କା ଏବଂ ସଟ୍ଟା ଚିଟ, କାର୍ବନ ପେପର ପରି ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ l ଏନେଇ ନିଜ ସାମାଜିକ ଗଣମାଧ୍ୟମ ଜରିଆରେ ଆଜି ଅପରାହ୍ନ ପ୍ରାୟ ୨ ଟା ୩୦ ରେ ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି l ଜିଲ୍ଲା ରେ ହେଉଥିବା ବିଭିନ୍ନ ଅପରାଧ କୁ ରୋକିବା ପାଇଁ ଝାରସୁଗୁଡା ପୋଲିସ ଅପରେସନ ନେତ୍ର ଆରମ୍ଭ କରିଛି l ଏହି ଅପରେସନ ନେତ୍ର ଜରିଆରେରେ ଏହି ଅଭିଯୁକ୍ତକୁ ଗିରଫ କରାଯାଇଥିବା ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି l