କୋରାପୁଟ ସହର: ଜାମୁଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ ସ୍ଵୟଂ ସହାୟିକା ଗୋଷ୍ଠୀ ଜରିଆରେ ଧାନ କିଣିବା ଦାବୀରେ ଚାଷୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
ଜୟପୁର ବ୍ଲକ ଜାମୁଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ ମା ମୁତ୍ୟାଲୁମା ସ୍ଵୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମଣ୍ଡିରେ ଖରିଫ ଧାନ କିଣିବା ନିମନ୍ତେ ସ୍ଥାନୀୟ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି। ସରପଞ୍ଚ ମାଧବ ଗଦବା, ସମିତି ସଭ୍ୟ ସମାରୁ ଗାଦବା, ଚାଷୀ ବି, ନାଗେଶ, ଭାସ୍କର ବାବୁ ପ୍ରମୁଖଙ୍କ ନେତୃତ୍ୱରେ ଚାଷୀ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।