କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ବ୍ଲକ ଥୁଆମୁଳ ରାମପୁର । ଏହି ବ୍ଲକ ଅନ୍ତର୍ଗତ ବଡଛତ୍ରଙ୍ଗ ପଂଚାୟତ ଅଧୀନସ୍ଥ କାଲଦୁଦା ଗ୍ରାମ ଟିକ୍ରାପଡାବାସୀଙ୍କ ପାଇଁ ରହିଛି ପାନୀୟ ଜଳ ସମସ୍ୟା । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାରମ୍ବାର ଦାବି କରିବା ପରେ ଯେଉଁ ନଳକୁପ ଖୋଳାଗଲା ତାହା ପଡାର ୧୬ ଆଦିବାସୀ ପରିବାରର ଶୋଷ ମେଣ୍ଢାଇ ପାରୁ ନାହିଁ । ବାଧ୍ଯ ହେଇ ଲୋକେ ଗାଁ ନିକଟସୁ ଜମି ଦେଇ ଯାଇଥିବା ଝରଣା ପାଣି ଉପରେ ଭରସା କରୁଥିବା ପଡାବାସୀ ଗୁରୁବାର ଅପରାହ୍ଣ ୫ଟା ବେଳେ ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିଛନ୍ତି ଅଞ୍ଚଳବାସୀ।